ବାପାଙ୍କ ଆକଟ ହେଲା କାଳ ।ବାପା ଆକଟ କରିବାରୁ ବିଷ ପିଇ ଯୁବକ ମୃତ । ମୁତ ଯୁବକ ହେଲେ ନାଚୁଣୀ ଥାନା ଲୋକିପୁର ଗ୍ରାମର ପ୍ରଶାନ୍ତ ବେହେରା 28 ବର୍ଷ ।ପ୍ରଶାନ୍ତ ଏଜ ଘରୋଇ କମ୍ପାନୀରେ କଟକରେ କାର୍ଯ୍ୟ କରୁଥିଲେ ।ଗତ କାଲି ଗହ୍ମା ପୁନେଇ ଥିବାରୁ ଗାଁ କୁ ଆସିଥିଲେ ।
ଗାଁରେ ସାଙ୍ଗ ମାନଙ୍କ ସହ ଭୋଜି ଭାତ କରିବା ପାଇଁ ଘରୁ ବାହାରି ଆସିଥିଲେ ।
ହେଲେ କୋଣସି କାରଣ ଯୋଗୁଁ ଗାଁରେ ଭୋଜି ଭାତ ହୋଇ ପାରିନଥିଲା ,ତେଣୁ ବିଳମ୍ବରେ ଘରକୁ ଫେରିଥିଲେ ପ୍ରଶାନ୍ତ ।
ଏହି ଘଟଣାକୁ ନେଇ ବାପା ପ୍ରସାନ୍ତକୁ ଆକଟ କରିଥିଲେ ।ଏଥିରେ ପ୍ରଶାନ୍ତ ମର୍ମାହତ ହୋଇ ଘରେ ବାହାରେ ବିଶ ପିଇ ଦେଇଥିଲା ।ସ୍ଥାନୀୟ ଲୋକେ ଏହା ଜାଣିପାରି ପ୍ରସାନ୍ତକୁ ନାଚୁଣୀ ଓ ପରେ ଟାଙ୍ଗି ଆଣିଥିଲେ ।ଟାଙ୍ଗିରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।।।ନାଚୁଣୀ ପୋଲିସ ଶବ ଜବତ କରି ତଦନ୍ତ କରଉଛି।