୨୦ଲିଟର ଆସ୍କା ଫର୍ଟି,୧୦ଲିଟର ହାତରନ୍ଧା ମଦ ଓ ୧୦ଟି ବିୟର ବୋତଲ ଜବତ , ୨କୋର୍ଟ ଚାଲାଣ ।


ଟାଙ୍ଗୀ,୧/୩ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମଦ କାରବାର।ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ବାରେ ଲାଗିଛି।ଏନେଇ ସ୍ଥାନୀୟ ଲୋକେ ଅବକାରୀ ଅଧିକ୍ଷକ ସୁମିତ ତ୍ରୀପାଠୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଜି ଟାଙ୍ଗୀ ଅବକାରୀ ପୋଲିସ ଆକ୍ସନ ମୋଡ଼ କୁ ଆସିଥିଲା।ଆକ୍ସନ ମୋଡ଼ କୁ ଆସି  ଚଣ୍ଡେଶ୍ୱର -ପାରିଓରଡ଼ ଛକ ଓ  ନରମାନବୀ ଗାଁ ନିକଟରେ ଚଢ଼ାଉ କରିଥିଲା।ଚଣ୍ଡେଶ୍ୱର-ପାରିଓରଡ଼ ନିକଟରେ ଚଢ଼ାଉ କରାଯାଇ ସାନକୁସୁମୀ ଗ୍ରାମର ନରେନ୍ଦ୍ର  କୁମାର ବେହେରାକୁ ଗିରଫ କରାଯାଇଥିବା ବେଳେ ତା ନିକଟରୁ ୧୦ଟି କିଙ୍ଗଫିସର ବିଅର ସହ  ୨୦ଲିଟର ଆସ୍କା ଫର୍ଟି ମଦ ଜବତ କରାଯାଇଛି। ସେହିଭଳି ନରମାନବୀ ଗ୍ରାମ ରାସ୍ତାରେ ଚଢ଼ାଉ କରି ୧୦ଲିଟର ଦେଶୀ ରନ୍ଧା, ମଦ ଜବତ କରିବା ସହ ରଣ୍ଡା ଗ୍ରାମର ଶ୍ରୀନିବାସ ପାତ୍ର (୪୫)କୁ ଗିରଫ କରିଛି।

ଆଜି ମଦ ବେପାରୀ  ଦ୍ୱୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ଟାଙ୍ଗୀ ଅବକାରୀ ଥାନା ଅଧିକାରୀ ରାଧାକାନ୍ତ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଓଆଇସି ଅମରେନ୍ଦ୍ର କୁମାର ସତପଥି, ଏଏସ୍ଆଇ ଅନ୍ତର୍ଯ୍ୟାମୀ ସାହୁ,ଏଏସ୍ଆଇ ରାମଚନ୍ଦ୍ର ଜେନା, କନେଷ୍ଟବଳ ମନୋଜ କୁମାର ଜୟସିଂ, ବିକାଶ ଚନ୍ଦ୍ର ରାଉତ ଓ ସସ୍ମିତା ସେଠୀ ପ୍ରମୁଖ ସାମିଲଥିଲେ।

Please Select Embedded Mode To Show The Comment System.*

Previous Post Next Post