ଶ୍ରୀ ବେଲେଶ୍ଵର ଦେବଙ୍କ ବିଶ୍ୱ ଶାନ୍ତି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ।

ଟାଙ୍ଗୀ,୨୮/୨ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁଞ୍ଜୁରୀ ଗ୍ରାମ ପଂଚାୟତ ଅଧିନସ୍ଥ  ବେଲପଦା ସ୍ଥିତ ଶ୍ରୀ ବେଲେଶ୍ଵର ଦେବଙ୍କ ପୀଠରେ ୩ ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ବିଶ୍ୱ ଶାନ୍ତି ରୁଦ୍ର ମହାଯଜ୍ଞ ଗତ କାଲି ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଅଛି ।ଏହି ଅବସରରେ ଶ୍ରୀ ବେଲେଶ୍ଵର ଦେବଙ୍କ ପୀଠରେ ଶ୍ରୀ ରାମାୟଣ କଥାମୃତ ନାଟକ ଅନୁଷ୍ଠିତ ହୋଇଥିଲା। ଗାଁ ର କଳାକାର ମାନେ ଏହି ନାଟକରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ବେଶ ମନୋ ରଂଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ  ବିଶିଷ୍ଟ ସମାଜସେବୀ ଡା.ସଂଜୟ କୁମାର ପଟ୍ଟନାୟକ ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ।ବେଲପଡା ଗ୍ରାମରେ ସମାଜ ସେବୀ ଶ୍ରୀ ପଟ୍ଟନାୟକ ପହଁଚିବାରେ ଗ୍ରାମବାସୀ ମାନେ ଫୁଲ ଚନ୍ଦନ ଦେଇ ଶୋଭାଯାତ୍ରା ରେ ପ୍ରଭୁଙ୍କ ପୀଠକୁ ପାଛୋଟି ନେଇଥିଲେ।


 ଏହା ସହ ବହୁ ପୁରାତନ କୀର୍ତ୍ତିରାଜି ବହନ କରୁଥିବା ଶ୍ରୀ ବେଲେଶ୍ଵର ଦେବଙ୍କ ଭଗ୍ନ ମନ୍ଦିରର ପୁନଃ ରୁଦ୍ଧାର କରିବା ପାଇଁ ସମସ୍ତ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ଡା. ସଂଜୟ କୁମାର ପଟ୍ଟନାୟକ।ଏହି କାର୍ଯ୍ୟକ୍ରମରେ ବେଲପଦା ଗ୍ରାମର ବସନ୍ତ ପରିଡା,ମହେଶ୍ୱର ବେହେରା, ବୀରେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Please Select Embedded Mode To Show The Comment System.*

Previous Post Next Post