ଖୋର୍ଦ୍ଧା,୨୮/୨ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ୍ ସିକୋ କ୍ଳଷ୍ଟରର ଛିମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ମହା ଆଡ଼ମ୍ବରରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ଶଗଡ଼ଭଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚ ଲିଲାବାଳା ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ତତ୍ସହିତ ସିକୋ କ୍ଳଷ୍ଟରର ସି. ଆର.ସି.ସି ସୁକାନ୍ତ କୁମାର ପାଇକରାୟ ଉପସ୍ଥିତ ରହି କୁନୀକୁନୀ ପିଲାଙ୍କୁ ଶିକ୍ଷଣୀୟ କଥା କହି ସେମାନଙ୍କୁ ପୁରଷ୍କାର ବିତରଣ କରିଥିଲେ।ଶେଷରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ କରାଯାଇଥିଲା।