ଗୋଡିପଡା ଟୋଲ ଗେଟ ନିକଟରେ ଆୟକର ବିଭାଗ ର ତନଖି ବେଳେ ଧରା ପଡିଲା କଇଁଛ ବୋଝେଇ ଟ୍ରକ..କୌଣସି ସୂତରୁ ଖବର ପାଇ ଟୋଲଗେଟ ନିକଟରେ ଛକି ବସିଥିଲା ଆୟକର ବିଭାଗ।ଚଢ଼ାଉ କରି ଜବତ କଲା କଇଁଛ ବୋଝେଇ ଟ୍ରକ
।ଟାଙ୍ଗୀ ବନ ବିଭାଗ ସହାୟତା ରେ ହୋଇଛି ଚଢ଼ାଉ।କଇଁଛ ବୋଝେଇ ଟ୍ରକ କୁ ଜବତ କରିଛି ଟାଙ୍ଗୀ ବନ ବିଭାଗ । ଆନ୍ଧ୍ର ପ୍ରଦେଶ ରୁ କୋଲକାତା କୁ ଚୋରା ଚାଲାଣ ହେଉଥିଲା କଇଁଛ।ଟ୍ରକରେ 71 ଟି ପେଟି ରହିଛି କଇଁଚ।ପ୍ରତି ପେଟି ରେ ରହିଛି 20 ଟି କଇଁଛ। ପ୍ରତି କଇଁଛ ର ଓଜନ 1 କେଜି ରୁ 2.5 କେଜି ଓଜନ ହେଵ ବୋଲି ସୂଚନା ମିଳିଛି.. ବନ ବିଭାଗ ତଦନ୍ତ ଜାରୀ ରଖିଛି।ଜବତ କଇଁଛ କୁ 3 ଟି ସ୍ଥାନରେ ଛାଡିବ ବନ ବିଭାଗ ମହାନଦୀ ସହ ଦୟା ନଦୀ ରେ ଛାଡିବ ବନ ବିଭାଗ ।ମୋଟ 1448 ଟି ଜୀବନ୍ତ କଇଁଛ ଥିବା ମିଳିଛି ସୂଚନା।ଏହା ସହ 102 ଟି ମୃତ କଇଁଛ ଜବତ ହୋଇଛି ଘଟଣା ସ୍ଥଳରୁ ଜଣେ ଫେରାର ହୋଇ ଯାଇଥିବା ବେଳେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ। ଏହା ସହ ଗୋଟିଏ ଟ୍ରକ ଜବତ ହୋଇଛି।ସମସ୍ତଙ୍କୁ ଚକମା ଦେବାପାଇଁ ପ୍ଲାଷ୍ଟିକ ଟ୍ରେ ରେ ବରଫ ସହ ଅଖା ଦେଇ କଇଁଛ ଚାଲାଣ କରୁଥିଲେ ମାଫିଆ।