ପୁଅର କଟୁରୀ ଚୋଟରେ ବାପା ଗୁରୁତର ।


ଟାଙ୍ଗୀ,୧୫/୫: ସାମାନ୍ୟ କିଛି ପଇସା ଓ ସମ୍ପତି ପାଇଁ ପୁଅ ଭୁଲି ଯାଉଛି ହିତାହିତ ଜ୍ଞାନ। ହିତାହିତ ଜ୍ଞାନ ଭୁଲି ଜନ୍ମ କଲା ବାପା ଙ୍କୁ କଟୁରୀ ରେ ଚୋଟ ମାରି ଗୁରୁତର କଲା  ବଡ଼ ପୁଅ,ବଡ଼ ପୁଅର  କଟୁରୀ ଚୋଟରେ ବାପା ଗୁରୁତର ।ଗୁରୁତର ବାପାଙ୍କୁ ସ୍ଥାନୀୟ   ଲୋକେ  ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁତର ବାପାଙ୍କର ନାମ ଉଦ୍ୟନାଥ ନାୟକ ବୟସ 55 ବର୍ଷ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ଉଦ୍ୟନାଥ ନାୟକଙ୍କୁ ପିଲା ମାନେ ପଚାରୁ ନଥିବାରୁ ସେ  ମୂଲ ମଜୁରୀ ଲାଗି ନିଜେ ପ୍ରତିପୋଷଣ ହେଉଥିଲେ। ହେଲେ ଆଜି ମଧ୍ୟାହ୍ନ ରେ  ଉଦ୍ୟନାଥ ଙ୍କୁ ତାଙ୍କ ବଡ଼ ପୁଅ  ସମ୍ପତି ବାଡ଼ି ପଇସା ପତ୍ର କୁ ନେଇ ଯୁକ୍ତି ତର୍କ ହୋଇଥିଲା । ପରେ ଏହାକୁ କୁ ନେଇ ମାଡ଼ ମାରିବା ସହ କଟୁରୀ ରେ ହାଣି ରକ୍ତାକ୍ତ କରି ଦେଇଥିଲା । ଏହା ପରେ ଉଦ୍ୟନାଥ ଙ୍କୁ ଟାଙ୍ଗୀ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା।ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କୁ ସ୍ଥାନାନ୍ତର କରା ଯାଇଅଛି।ଏହି ଘଟଣା ସ୍ଥାନୀୟ ଅଂଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Please Select Embedded Mode To Show The Comment System.*

Previous Post Next Post