ବସ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର।



ଟାଙ୍ଗୀ,୧୫/୫ : 16 ନମ୍ବର ଜାତୀୟ ରାଜପଥ  ନାଚୁଣୀ ଥାନା ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ନିକଟରେ ଟ୍ରକ ପଛକୁ କୁ ପିଟିଲା  ଲାଇଫ ଲାଇନ ନାମକ ଦ୍ରୁତଗାମୀ ଯାତ୍ରୀ ବାହୀ ଭୋଲଭୋ ବସ ଦ୍ରୁତ ଗତିରେ ଆସୁଥିବା ଭୋଲଭୋ ବସ ହରାଇଲା  ନିୟନ୍ତ୍ରଣ । ନିୟନ୍ତ୍ରଣ ହରାଇ ହରିକୁଣ୍ଡ ବରଡ଼ି ଗାଁ ରାସ୍ତା କଡ଼ରେ ଥିବା ସିମେଣ୍ଟ ଦିଭାଇଡ଼ର କୁ ପିଟିଲା ବସ ଫଳରେ ବସ ଚାଳକ ଗୁରୁତର । ଗୁରୁତର ବସ ଚାଳକଙ୍କୁ ଉଦ୍ଧାର ପରେ କଲେ ସ୍ଥାନୀୟ ଲୋକେ। ବସ ଚାଳକଙ୍କୁ ଉଦ୍ଧାର ପରେ 108 ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରକୁ କରାଯାଇଛି ସ୍ଥାନାନ୍ତର । ଏହା ସହ ବସରେ ଥିବା 10 ରୁ 15 ଯାତ୍ରୀ  ସାମାନ୍ୟ ଆହତ ହୋଇଛନ୍ତି । 


ଆହତ ଯାତ୍ରୀ  ମାନଙ୍କର ସାମାନ୍ୟ  ଫାଷ୍ଟ ଏଡ଼ ପରେ ସେମାନଂକୁ ଅନ୍ୟ ଘରୋଇ ବସରେ ଭୁବନେଶ୍ୱର କୁ ପଠାଇ ଦିଆ ଯାଇଅଛି । ଦ୍ରୁତଗାମୀ ବସ ହାଇଦ୍ରାବାଦ ରୁ ଭୁବନେଶ୍ୱର ଫେରୁଥିବା ବେଳେ ହୋଇଥିଲା ଦୁର୍ଘଟଣା । ନାଚୁଣୀ ପୋଲିସ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀ ଙ୍କ ସହ ଉଦ୍ଧାର କାର୍ଯ୍ୟ କରିଥିଲା ।ବସ ଚାଳକଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ହୋଇଥିବା ଅନୁମାନ କରୁଛି ପୋଲିସ. ବସ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ନାଚୁଣୀ ପୋଲିସ ।

Please Select Embedded Mode To Show The Comment System.*

Previous Post Next Post