ଚାନ୍ଦପୁର ଥାନା ରାଜଜଙ୍କିଆ ପଞ୍ଚାୟତରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାସୁଦେବ ପ୍ରଧାନଙ୍କ ଘରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ମୋଟା ଅଙ୍କର ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ସୁଯୋଗ ନେଇ ଅଜ୍ଞାତ ଦୁର୍ବୃତ୍ତମାନେ ଘରେ ପଶିଥିଲେ,,, ଘରର ଅଲମାରୀ ଭାଙ୍ଗି ମୂଲ୍ୟବାନ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ନେଇଛନ୍ତି।
ସକାଳୁ ଘର ଲୋକେ ଏହା ଦେଖିବା ପରେ ମୁଣ୍ଡରେ ହାତ ଦେଇ କାନ୍ଦବୋବାଳି ପକାଇଥିଲେ। ପରିବାରର ଏପରି ଦୁଃଖଦ ଅବସ୍ଥା ଦେଖି ଆଖପାଖର ଲୋକେ ମଧ୍ୟ ଏକାଠି ହୋଇଥିଲେ।
ଅଞ୍ଚଳରେ କିଛି ଦିନ ହେବ ଚୋରି,,, ଲୁଟ,, ଗୁଳିକାଣ୍ଡ ହଠାତ୍ ଏଭଳି ଏକ ବଡ଼ ଧରଣର ଚୋରି ବୃଦ୍ଧି ପାଇବାରେ ଲାଗିଛି ।ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।ତେବେ ବାରମ୍ବାର ଘଟୁଥିବା ଏଭଳି ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି ।

