ଜୁଆଡ଼ି ଗିରଫ

ଜଙ୍ଗଲରେ ଚଳାଇ ଆସୁଥିଲେ ଜୁଆ ଆଡ଼ଡା ।
ଥାନା ପାଖରୁ ଜଙ୍ଗଲ ଯାଏ ସବୁ ଜାଗାରେ ରଖିଥିଲେ ନଜର ।ପଇସା ଖର୍ଚ୍ଚ କରି ନିୟୋଜିତ କରିଥିଲେ ବେକାର ଯୁବକ ମାନଙ୍କୁ ।ସୁରୁଖୁରୁରେ ଚାଲିଥିଲା ଜୁଆ ସିଣ୍ଡିକେଟ ।ହେଲେ ସବୁଦିନ ଯେଭଳି ନଥାଏ ଚାନ୍ଦିନୀ ରାତି ସେହି ନ୍ୟାୟରେ ଦାଉ ସାଧିଲା ପୋଲିସ । ଜଂକିଆ ଥାନା ପୋଲିସ  ବେଲପଡା ଜଂଗଲରେ ଚାଲିଥିବା ଜୁଆ ଆଡ୍ଡାରେ  ଚଢ଼ାଉ କରି  ୧୦ ଟି ବାଇକ ସହ ୫ଜୁଆଡିକୁ ଗିରଫ କରିଛି ।ସେମାନଙ୍କ ଠାରୁ ୨୭୮୦ଟଙ୍କା ସହ  ଜରିପାଲ, ମୋବାଇଲ ଫୋନ,ଘୁଡୁଘୁଡା ପାଲ ସମେତ ବାଇକ,ଟଙ୍କା ଓ ୫ଜୁଆଡିଙ୍କୁ ଧରିବାରେ ସଫଳ ହୋଇଛି  ,।
ଗିରଫ ଜୁଆଡି ମାନେ ଟାଙ୍ଗି ଓ ପୁରୀ ଅଞ୍ଚଳର ବୋଲି ଜଣାପଡିଛି ।ସେମାନେ  ହେଲେ ଯୁଧିଷ୍ଠିର ନାୟକ, କାଲୁ କୁମାର ଦାଶ,ମାନସ ପ୍ରଧାନ, ସଂଗ୍ରାମ ଛୋଟରାୟ ଓ କୁମର ରାଉତ।
ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଫେରାର ଜୁଆଡି ମାନଙ୍କୁ ଧରିବା ପାଇଁ ବିଭିନ୍ନ ଯାଗାରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି ।

Please Select Embedded Mode To Show The Comment System.*

Previous Post Next Post