ସାଢେ ଚାରିକୋଟି ଓଡ଼ିଆର ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କ 78 ତମ ଜୟନ୍ତୀ ପାଳନ ଅବସରରେ ଟାଙ୍ଗୀ ବ୍ଲକ ବିଜେଡି ପକ୍ଷରୁ ଟାଙ୍ଗୀ ବୃଦ୍ଧା ଶ୍ରମ ପରିସରରେ ଜନ୍ମ ଦିନ ପାଳିତ ହୋଇ ଯାଇଛି.. ବିଜେଡି ର କର୍ମକର୍ତ୍ତା ମାନେ ବୃଦ୍ଧା ମା ମାନଙ୍କ ସହ କେକ କାଟି ଜନ୍ମ ଦିନ ପାଳନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା... ବିଜେଡି ନେତା ପବିତ୍ର ପାଇକରାୟ.. ସରପଞ୍ଚ ମଧୁ ସୁଦନ ପଲାଈ.. ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘ ସଭାପତି ପଦ୍ମନାଭ ବିଶ୍ୱାଳ. ସମ୍ପାଦକ ମନୋଜ ପଟନାୟକ. ପ୍ରଵକ୍ତା ସରୋଜ କୁମାର ପାଇକରାୟ. ସଭ୍ୟ ରାକେଶ କୁମାର ଜଗଦେବ ପ୍ରମୁଖ ଉପସ୍ଥିତ ରହି କେକ କାଟିଥିଲେ... ବୃଦ୍ଧାଶ୍ରମର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି।
