ଟାଙ୍ଗୀ,୨୦/୧୦ : ଆଶା କର୍ମୀ ମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ବୈଠକ ଟାଙ୍ଗୀର ମା'ରତ୍ନମାଳୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଟାଙ୍ଗୀ ସେକ୍ରେଟ ସମସ୍ତ ଆଶା କର୍ମୀ ମାନେ ଯୋଗ ଦେଇଥିଲେ।ଏଥିରେ ଗର୍ଭବତୀ ମା ମାନଙ୍କର କିଭଳି ଯତ୍ନ ନେବା ଓ ତା ସହ ସମସ୍ତ କାର୍ଯ୍ୟକ୍ରମ କୁ ଡିଜିଟାଇଜେସନ କରିବାକୁ ଆଲୋଚନା ହୋଇଥିଲା।ଏଥିରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡା ସତ୍ୟ ରଂଜନ ନନ୍ଦ, ପ୍ରୋଗ୍ରାମ ଅଫିସର ତପନ କୁମାର ମଣ୍ଟୁ,ସ୍ଵାସ୍ଥ୍ୟ କର୍ମୀ ପ୍ରସନ ବଳିୟାର ସିଂ ପ୍ରମୁଖ ଯୋଗ ଦେଇ ଆଶା କର୍ମୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ... ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ରାକେଶ କୁମାର ଜଗଦେବ ସମସ୍ତ ପ୍ରକାର ସହଯୋଗ କରିଥିଲେ।