ଜଙ୍ଗଲୀ ବାରହା ଆକ୍ରମଣ,୨ ଗୁରୁତର ଆହତ।


ଟାଙ୍ଗୀ,(ରାଜଧାନୀ ମିଡ଼ିଆ):ଜଙ୍ଗଲୀ ବାରହା ଆକ୍ରମଣ ରେ ଦୁଇ ବନ୍ଧୁ ଗୁରୁତର।ଗୁରୁତର ଦୁଇ ବନ୍ଧୁଙ୍କୁ ଚିଲିକା ଅଗ୍ନିଶମ ବାହିନୀ ସହାୟତାରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବନ୍ଧୁ ଦ୍ୱୟ ହେଲେ  ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀ ଗ୍ରାମର  ସନ୍ତୋଷ ବାରିକ (୨୨) ଓ ମାନସ ଜେନା (୨୦) ବର୍ଷ ।ଦୁଇ ବନ୍ଧୁ  ଘର ସଉଦା ପାଇଁ ପଲସର ବାଇକ ରେ ନାଚୁଣୀ ଯାଉଥିବା  ବେଳେ ଗଙ୍ଗାଧର ପୁର ନିକଟରେ ଆକ୍ରମଣ କରିଥିଲା ଜଙ୍ଗଲୀ ବାରହା । ଫଳରେ ଉଭୟ ବାଇକ ରୁ ଛିଟିକି ପଡି ଗୁରୁତର ହୋଉଥିଲେ।ସନ୍ତୋଷ ବାରିକଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା  ଜଣା ପଡିଛି।ତେଣୁ ସନ୍ତୋଷ ଙ୍କର ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସେହିଭଳି ମାନସ ଜେନାକର ଗୋଡ଼ରେ ଆଘାତ ଲାଗିଥିବା ଜଣା ପଡିଛି।

Please Select Embedded Mode To Show The Comment System.*

Previous Post Next Post