ଟାଙ୍ଗୀ,୨/୩ : ଗ୍ରୀଷ୍ମ ନ ଆସୁଣୁ ଗାଁ ରେ ଲାଗିଲାଣି ନିଆଁ ନିଆଁ ଲାଗି ଜଳିଗଲା ୫ ବଖରା ଚାଳ ଘର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ ପଂଚାୟତ ର ବିନ୍ଧାଣିଆ ଗ୍ରାମରେ ଲାଗିଲା ନିଆଁ । ନିଆଁ ର କରାଳ ଆଁ ରେ ଜଳି ପୋଡ଼ିଗଲା ଲକ୍ଷ ଲକ୍ଷ ଟଙ୍କାର ର ସମ୍ପତି । ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରୁଛି।ଆଜି ସକାଳୁ ବିନ୍ଧାଣିଆ ଗ୍ରାମର ସିଖର ବେହେରା ଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା । ପରେ ସାହିର ଚକ୍ରଧର ବେହେରା,ପାଲୁ ବେହେରା ଓ ରବି ବେହେରାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ୫ ବଖରା ଚାଳ ଘର ପୋଡି ପାଉଁଶ ହୋଇ ଯାଅଛି।
ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲା ।ପରେ ଟାଙ୍କି ରୁ ଜଳ ସରିଯିବାରୁ ଅଗ୍ନିଶମ ବାହିନୀ ପୁନର୍ବାର ନିକଟସ୍ଥ ପୋଖରୀ ରୁ ଜଳ ଆଣି ନିଆଁ ଲିଭାଇଥିଲା। ତେଣୁ ଅଗ୍ନିକାଣ୍ଡ ଦୁର୍ଗତଙ୍କୁ ସରକାରୀ ସହାୟତା ଦେବାକୁ ସାଧାରଣ ରେ ଦାବି ହେଉଛି l

