ମା'ନାରାୟଣୀ ଦେବୀଙ୍କ ପୀଠରେ ପଞ୍ଚବିଶ ତମ ସପ୍ତସତୀ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ।

 


ଟାଙ୍ଗୀ,୫/୩ : ଟାଙ୍ଗୀ ଉପିମରା ପାଟଣା ରେ ଅଧିଷ୍ଠାନ ଜମାଇଥିବା ପ୍ରତ୍ୟକ୍ଷ ଦେବୀ ମା'ନାରାୟଣୀ ଦେବୀଙ୍କ ପୀଠରେ ପଞ୍ଚବିଶ ତମ ସପ୍ତସତୀ ଚଣ୍ଡୀ ମହାଯଜ୍ଞ  ବେଶ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଅଛି।ଏହି ଅବସରରେ ଶ୍ରୀକ୍ଷେତ୍ର ରୁ କର ପଲ୍ଲବ ଆସିବା ପରେ 

 


ମା ନାରାୟଣୀ ଦେବୀଙ୍କ ପୀଠରେ ଆରମ୍ଭ ହୋଇଥିଲା ଚଣ୍ଡୀ ମହାଯଜ୍ଞ।3 ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଚଣ୍ଡି ମହାଯଜ୍ଞ ର ଗତ କାଲି ଥିଲା ପୂର୍ଣ୍ଣାହୁତି ଦିବସ।ପୂର୍ଣ୍ଣାହୁତି ଦିବସ ପାଇଁ ସମ୍ପୂର୍ଣ ଗ୍ରାମ ହୋଇ ଉଠିଥିଲା ଉତ୍ସବ ମୁଖର। ଏହି ଅବସରରେ  ମା ନାରାୟଣୀ ଦେବୀଙ୍କ ନିମନ୍ତ୍ରଣ କ୍ରମେ ଗୋଡି ପାଟଣା ସାହିର ମା ତାରାଦେବୀ। ରତନ  ପୁର ପାଟଣା ର ମା ମଙ୍ଗଳା। ବର ପାଟଣା ର  ମା ତାରାଦେବୀ।ବାଟ ମଙ୍ଗଳା ସାହିର ମା' ବାଟ ମଙ୍ଗଳା ଙ୍କ ସହ ପଣଶପୁର ପାଟଣା ରୁ ଶ୍ରୀଗୋପୀନାଥ ଦେବ ଆଦି ପ୍ରଭୂ  ପାଟ ପଟୁଆର ରେ ବିରାଜ ମାନ କରିଥିଲେ।


ଏହା ପରେ  ଆରମ୍ଭ ହୋଇଥିଲା ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ। ଏହି ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ରେ 5 ହଜାରରୁ ଅଧିକ ଭକ୍ତ ଯୋଗଦେଇ ମାନଙ୍କର ସାନ୍ନିଧ୍ୟ ଲାଭ କରିଥିଲେ। ଏହି ଅବସରରେ ମା ନାରାୟଣୀ ଦେବୀ ଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ।ଏଥିରେ ସହ ସହ ଭକ୍ତ ସାମିଲ ହୋଇ ବେଶ ଉପଭୋଗ କରିଥିଲେ। ଏଥିପାଇଁ ଆୟୋଜକ ମାନଙ୍କ ପକ୍ଷରୁ ଭକ୍ତ ମାନଙ୍କର ଭୀଡ଼ କୁ  ଲକ୍ଷ ରଖି ବେଶ ବ୍ୟବସ୍ଥା କରାଯାଇଥିଲା।

Please Select Embedded Mode To Show The Comment System.*

Previous Post Next Post