ସମ୍ବର୍ଦ୍ଧିତ ହେଲେ ଲାଇନମ୍ୟାନ୍ ।


ଟାଙ୍ଗୀ,୭/୩,(ରାଜଧାନୀ ମିଡ଼ିଆ):ଦୃଢ଼  ଇଚ୍ଛାଶକ୍ତି  ଓ  ନିଜ  କର୍ମ  ମାଧ୍ୟମରେ ମଣିଷ  ତାର  ଭାଗ୍ୟକୁ ଅନେକ  ପରିବର୍ତ୍ତନ  କରିଛି l ନିଜର  କର୍ମ ଦ୍ୱାରା ଅନେକ  ସ୍ଥାନରେ  ମଧ୍ଯ ନିଜର  ସ୍ଵତନ୍ତ୍ର   ପରିଚୟ ସୃଷ୍ଟି କରି ଉଦାହରଣ ସାଜିଛି lଲଡ଼ୁକିଶୋର ପ୍ରଧାନ ତାଙ୍କର ନିଜସ୍ୱ ଜ୍ଞାନ କୌଶଳ ବ୍ୟବହାର କରି ଏକ ଡ଼ିସଚାର୍ଜ ରଡ଼ ଯାହାକି ବୈଦୁତିକ କାର୍ଯ୍ୟବେଳେ ଲାଇନସ ମ୍ୟାନ ମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ l ତାହା ପ୍ରସ୍ତୁତ କରି ଢେର ସାରା ପ୍ରଶଂସା ସାଉଁଟିଛନ୍ତି ଲାଇନସ ମ୍ୟାନ ଲଡ଼ୁକିଶୋର ପ୍ରଧାନ l ଏହା ଟିପିସିଓଡିଏଲ ପାଇଁ ଜାତୀୟ ସ୍ତରରେ ଗୌରବ ଅlଣିଥିବାରୁ ଟିପିସିଓଡିଏଲର ସିଇଓ, ସିଓଓ, ସିଓଏସ,ସର୍କଲ ମୁଖ୍ୟ, ଡିଭିଜନ ମୁଖ୍ୟ, ସବଡ଼ିଭିଜନ ଓ ସେକ୍ସନ ମୁଖ୍ୟଙ୍କ ତରଫରୁ ଲଡ଼ୁକିଶୋର ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l


ଏବେ ଚାକ ଚକ୍ୟ ଆଧୁନିକ ଜୀବନରେ ବିଦ୍ୟୁତ ଏକ ଅପରିହାର୍ଯ୍ୟ ପଦାର୍ଥ ଭାବେ ମନୁଷ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଯୋଡି ହୋଇଯାଇଛି।ସେହି  ବିଦ୍ୟୁତ ସେବାକୁ ଯେଉଁ ମାନେ ଗାଁ ଗହଳି ରେ ଆଣି ଗ୍ରାହକ ଙ୍କ ନିକଟରେ ପହଂଚାଇ ଥାନ୍ତି ସେମାନଙ୍କର  ଉଦ୍ୟମ କୁ ଯେତେ ପ୍ରଶଂସା କଲେ  ତାହା ବହୁତ କମ ପଡିବ।ସେଥିପାଇଁ ସେହି ଲାଇନ ମ୍ୟାନ ମାନଙ୍କର ଅବଦାନକୁ  ମନେ ପକାଇବା ପାଇଁ  ମାର୍ଚ୍ଚ 4 ତାରିଖ ରେ ସାରା ଦେଶରେ ପାଳନ ହୋଇ ଯାଇଅଛି ଲାଇନ ମ୍ୟାନ ଦିବସ।


ଏହି ଲାଇନ ମ୍ୟାନ ଦିବସ ପାଳନ ଅବସରରେ ଓଡିଶା ପ୍ରଦେଶ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଡିଭିଜନ ଟାଙ୍ଗୀ ରେ ଟିପିସିଓଡ଼ିଏ ରେ  କାର୍ଯ୍ୟରତ ଲାଇନ ମ୍ୟାନ ଲଡ଼ୁ କିଶୋର  ପ୍ରଧାନଙ୍କୁ ତାଙ୍କର ବିଶେଷ ଅବଦାନ ପାଇଁ ଦେଶର ରାଜଧାନୀ ଦିଲ୍ଲୀ ଠାରେ  କେନ୍ଦ୍ରୀୟ ବିଦ୍ୟୁତ ସେବା କର୍ତ୍ତୃପକ୍ଷଙ୍କ ପକ୍ଷରୁ  ମାନପତ୍ର ସହ ଉପ ଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି l

Please Select Embedded Mode To Show The Comment System.*

Previous Post Next Post