ନଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ଖୋର୍ଦ୍ଧା ପୋଲିସର ସଚେତନତା କାର୍ଯ୍ୟକ୍ରମ









ନଶା ମୁକ୍ତ ଭାରତ ଅଭିଯାନର ଅଂଶ ଭାବେ ଖୋର୍ଦ୍ଧା ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ନିଶାମୁକ୍ତ ଜୀବନଯାପନର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା।


ଏହି କାର୍ଯ୍ୟକ୍ରମଗୁଡ଼ିକ ବିଭିନ୍ନ ଥାନା ପକ୍ଷରୁ ନିମ୍ନଲିଖିତ ଶିକ୍ଷାନୁଷ୍ଠାନରେ ଆୟୋଜନ କରାଯାଇଥିଲା:


ବାଲୁଗାଁ ଥାନା: ଗୋପୀନାଥପୁର ହାଇସ୍କୁଲ ଓ ଅଙ୍କୁଳା ହାଇସ୍କୁଲ — ୩୫୦ ଜଣ

ବାଣପୁର ଥାନା: ବାଣପୁର ହାଇସ୍କୁଲ — ୭୬ ଜଣ

ଜଙ୍କିଆ ଥାନା: ମାଲିପଡ଼ା ମହାବିଦ୍ୟାଳୟ — ୧୨୦ ଜଣ

ଖୋର୍ଦ୍ଧା ମଡେଲ ଥାନା: ଗୁରୁଜଙ୍ଗ ହାଇସ୍କୁଲ ଓ ପଲ୍ଲା ତୋଟାପଡ଼ା ହାଇସ୍କୁଲ — ୨୨୦ ଜଣ

ଭଗାମାରୀ ଥାନା: ବାଗମାରୀ, ସାରୁଆ ଓ ସିମୋର ଅଞ୍ଚଳର ବିଦ୍ୟାଳୟ — ୬୫୦ ଜଣ

ନାଚୁଣୀ ଥାନା: ବଉଳାଙ୍ଗ ହାଇସ୍କୁଲ ଓ ଆଦର୍ଶ ହାଇସ୍କୁଲ — ୨୭୨ ଜଣ


ମୋଟ ୧,୬୮୮ ଜଣ ଛାତ୍ରଛାତ୍ରୀ ଓ ଅଂଶଗ୍ରହଣକାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।


ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାଇବର ସୁରକ୍ଷା ଓ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ ଆଚରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବ୍ୟକ୍ତିଗତ ତଥ୍ୟର ସୁରକ୍ଷା, ଅନଲାଇନ୍ ଗୋପନୀୟତା ବଜାୟ ରଖିବା, ସାଇବର ଠକେଇରୁ ଦୂରେଇ ରହିବା ଏବଂ ସାଇବର ଅପରାଧ ସମ୍ପର୍କରେ ଜାତୀୟ ସାଇବର କ୍ରାଇମ୍ ହେଲ୍ପଲାଇନ୍ – ୧୯୩୦ ମାଧ୍ୟମରେ ରିପୋର୍ଟ କରିବା ସମ୍ପର୍କରେ ସଚେତନ କରାଯାଇଥିଲା।


ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଖୋର୍ଦ୍ଧା ପୋଲିସ ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ସହ ନିଶାମୁକ୍ତ, ସାଇବର-ସୁରକ୍ଷିତ ଓ ଦାୟିତ୍ୱଶୀଳ ସମାଜ ଗଠନରେ ସାମୂହିକ ଭାଗିଦାରି ପାଇଁ ଉତ୍ସାହିତ କରୁଛି।

Please Select Embedded Mode To Show The Comment System.*

Previous Post Next Post