ବାଣପୁର,୨୮/୧୧ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି l ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି l ମୃତ ବ୍ୟକ୍ତି ଜଣକ ପ୍ରତାପ ଗ୍ରାମର ଭିକାରି ଚରଣ ବେହେରାଙ୍କ ପୁତ୍ର ନାରାୟଣ ବେହେରା(38) l ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ନାରାୟଣ ଶାଳିଆ ନଦୀ ଅତିକ୍ରମ କରି ନିଜ ବିଲକୁ ଯାଉଥିବା ବେଳେ ନଦୀରେ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ବୁଡ଼ି ଯାଇଥିଲେ l ଏ ନେଇ ସ୍ଥାନୀୟ ବାସି ଦେଖିବା ପରେ ତାଙ୍କୁ ନଦୀରୁ ଉଦ୍ଧାର କରି ଏକ ବାଇକ ଯୋଗେ ବାଣପୁର ମେଡିକାଲକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଏ ନେଇ ବାଣପୁର ପୋଲିସ କେସ ନମ୍ବର 22/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଦେଇଛି l
