ଟାଙ୍ଗୀ,୨୮/୧୧: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବନାଞ୍ଚଳରେ ଅଧିନରେ ୨୫ଉର୍ଦ୍ଧ ହାତୀ ମଚାଉଛନ୍ତି ଆତଙ୍କ। ଚଳିତ ବର୍ଷ ୫୦୦ ଏକରରୁ ଉର୍ଦ୍ଧ୍ବ ଜମି ପଶି ନଷ୍ଟ କଲେଣି ଧାନ। ଏଥିପାଇଁ ଏବେ ଚାଷୀ ଚିନ୍ତାରେ। ସେପଟେ ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ। ଗତ କାଲି ରାତିରେ ଖୋରଧା ଜିଲ୍ଲା ଟାଙ୍ଗି ବନାଞ୍ଚଳରେ ଅଧିନ କୁଞ୍ଜୁରି ପଞ୍ଚାୟତ ବୃଷବ ବନ୍ଧ ମୌଜାର ଏକର ଏକର ବିଲରେ ହାତୀ ପଲ ପଶି ଧାନ କଳେଇ ଗୁଡ଼ିକ କୁ କିଛି ମାତ୍ରାରେ ଖାଇବା ସହିତ ଶହଶହ ସଂଖ୍ୟାରେ ଧାନ କଲେଇକୁ ପାଦରେ ଦଳି ମକଚି ନଷ୍ଟ କରିଦେଇଛନ୍ତି। ଚାଷୀମାନେ ହାତୀକୁ ଦେଖି ଭୟାବିତ୍ ହୋଇଯାଇଥିବା ବେଳେ । ଧାନ କଳେଇ ନଷ୍ଟ କୁ ନେଇ ଚିନ୍ତାରେ ଥିବା ଚାଷୀ ପ୍ରଭାକର ଶ୍ରୀଚନ୍ଦନ, ଦିଲ୍ଲୀପ ଚମ୍ପତି, ରଘୁନାଥ ଶ୍ରୀଚନ୍ଦନ,ପବିତ୍ର ହରିଚନ୍ଦନ, ଗୌରାଙ୍ଗ ପାତ୍ର, ସୁର ପାତ୍ର, ବିଦ୍ୟାଧର ଚଂପତି, କାଳୁ ଶ୍ରୀଚନ୍ଦନ, ବୁଲା ପାତ୍ର ଅଭିଯୋଗ ଆଣିବା ସହିତ ସଠିକ୍ କ୍ଷେତି ପୁରଣ ଦାବୀ କରିବା ସହ ବନ ବିଭାଗ ପକ୍ଷରୁ ଚାଷୀଙ୍କୁ ହାତୀ ଗତି ବିଧି ସଂମ୍ପର୍କରେ ଅବଗତ ନକରାଇବା ହେତୁ ବାରମ୍ୱାର ଏଭଳି ପରିସ୍ଥିତି ଉପୁଯୁଛି।

