ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର।

 


ଟାଙ୍ଗୀ,୨୮/୧୧:ହସ ଖୁସିରେ ବନ୍ଧୁଙ୍କ ସହ ଫେରୁଥିଲେ  ବାଲୁଗାଁ ରୁ ବୋଇତ ବନ୍ଦାଣ ମହୋତ୍ସବ ଦେଖି ସାରି ।ହେଲେ ବାଟରେ  ଛକି ବସିଥିଲା ମୃତ୍ୟୁ।ବାଇକ ଦୁର୍ଘଟଣା ରେ ଚାଲିଗଲା ଯୁବ ଶିକ୍ଷକଙ୍କ ଜୀବନ।ମୃତ ଯୁବ ଶିକ୍ଷକ ହେଲେ ଟାଙ୍ଗୀ ବ୍ରାହ୍ମଣ ସାହିର  ସୂର୍ଯ୍ୟ ନାରାୟଣ ରଥ 30 ବର୍ଷ।ଗତ କାଲି ରାତିରେ ସୂର୍ଯ୍ୟ ନାରାୟଣ ନିଜର ଜଣେ ବନ୍ଧୁ ଦୀପକ ରଂଜନ ଦାସଙ୍କ 28ଙ୍କ ସହ  ବାଇକ ରେ ବାଲୁଗାଁ ରୁ ବୋଇତ ମହୋତ୍ସବ ଦେଖି ସାରି  ଫେରୁଥିଲେ। ଫେରିବା ବେଳେ 16 ନମ୍ବର ଜାତୀୟ ରାଜପଥ ର କୟଥ ପଲା ଛକ ନିକଟରେ  ବାଇକ ଟି ଦିଭାଇଡ଼ର ସହ ଧକ୍କା ହୋଇଥିଲା। ଫଳରେ ଦୁଇ ବନ୍ଧୁ ରାସ୍ତା ତଳକୁ  ଛିଟିକି ପଡ଼ିଥିଲେ. ସ୍ଥାନୀୟ ଲୋକେ ଗୁରୁତର ଦୁହିଁଙ୍କୁ  ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପରେ ଦୁହିଁଙ୍କୁ  ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।ତେବେ ବାଟରେ ସୂର୍ଯ୍ୟ ନାରାୟଣ ରଥଙ୍କ ମୃତ୍ୟୁ ହୋଇଛି.. ମୃତ୍ୟୁ ବରଣ କରିଥିବା  ସୂର୍ଯ୍ୟ ନାରାୟଣ ରଥ ଟାଙ୍ଗୀ ଆଦର୍ଶ ବିଦ୍ୟାଳୟ ରେ  ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।

ଶିକ୍ଷଙ୍କ ମୃତ୍ୟୁରେ ସ୍ଥାନୀୟ ଆଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Please Select Embedded Mode To Show The Comment System.*

Previous Post Next Post