ମାଛ ପୋଖରୀ ବିବାଦରେ ନିରୀହ ଚାଷୀ ହନ୍ତସନ୍ତ






ଖୋରଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନ କନ୍ତଳବାଇ,ବାଲିପାଟପୁର ଓ ଭୂଷଣ୍ଡପୁର ପଂଚାୟତ ଅଧିନରେ ଥିବା ବେଙ୍ଗଲୀ ମାନଙ୍କର ଜୀବନ ଯାପନ ପାଇଁ ରାଜ୍ୟ ସରକାର ଦେଇଥିଲେ ଚାଷ ଜମି,,ସେହି ଜମିରେ 

 ଚିଲିକା କୁଳ ନାସି  ଜମିରେ ଏବେ ଧାନ ଚାଷ ହେବା ହୋଇନଥିଲା ସମ୍ଭବ,,,

 ଚାଷ ଜମି ଚାଷ ଉପଯୋଗୀ ନହେବାରୁ ଭୂଷଣ୍ଡପୁର ଜଗନ୍ନାଥ ମୌଜାର ଶହଶହ ଏକର ଚାଷଜମିକୁ ମାଛ ପୋଖରୀ କରିବା ପାଇଁ ଓଡ଼ିଶା -ଆନ୍ଦ୍ର ଫିସ କଲଚର କୁ ଲିଜ ଦେଇଥିଲେ ବଙ୍ଗାଳି ଚାଷୀ,,,ଶେଖ ଗୌଷ ଙ୍କ ନାମରେ ପାଟନରସିପ   ଦଲିଲ  ସହ ଚୁକ୍ତିକରି ୧୫ବର୍ଷ ପାଇଁ ଲିଜ ସୂତ୍ରରେ ଦେଇଥିଲେ ବଙ୍ଗାଳି ଚାଷୀ । 

କିନ୍ତୁ ଆଜି ଚାଷଜମି ଦେଇଥିବା ଚାଷୀ ସେମାନେ ତାଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ। ସେଥିପାଇଁ ଚାଷୀ ଆଖିରେ ଆଖିଏ  ଲୁହ,,, ନିଜ  ଚାଷ ଜମିରୁ  କିଭଳି ପ୍ରାପ୍ୟ ପାଇବ ସେଥିପାଇଁ  ଚିନ୍ତା ରେ   ବେଙ୍ଗଲୀ ଚାଷୀ,,



ବଙ୍ଗାଳି ଚାଷୀ ମାନଙ୍କ ସମସ୍ୟା ସମ୍ପର୍କରେ  ଜମି ଲିଜ ନେଇଥିବା ଶେଖ  ଗୌସ  ଓ ଜମି ଦେଇଥିବା ଚାଷୀ ଙ୍କ ସହ ଆଲୋଚନା କରିଥିଲୁ,,

। ସେମାନଙ୍କ କହିବା ଅନୁସାରେ ୨୦୧୪ମସିହାରେ ସାତଜଣ ଲୋକଙ୍କ ଭାଗିଧାରୀରେ ଓଡ଼ିଶା - ଆନ୍ଧ୍ର ଫିସ କଲଚର ନାମରେ  ପାଟନରସିପ  ମାଧ୍ୟମରେ ବଙ୍ଗାଳି ଚାଷୀ ମାନଙ୍କ ଚାଷଜମି କୁ ୧୫ବର୍ଷ ପାଇଁ ଲିଜ ସୂତ୍ରରେ ନେଇଥିଲେ। 

ସବୁ ଠିକଠାକ ଚାଲିଥିଲା କିନ୍ତୁ ୭ ବର୍ଷ ପରେ ଆରମ୍ଭ ହୋଇଥିଲା ସମସ୍ୟା । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଥିବା ଜଣେ ଭାଗୁଆଳି ରମଜାନ ଖାନଙ୍କୁ  ସମସ୍ତ ଦାଇତ୍ୱ ଦେଇଥିବା ବେଳେ ମାଛ ପୋଖରୀର ଆୟ ପୂର୍ବ ନିଷ୍ପତି ଅନୁଯାୟୀ ଅନ୍ୟ ଭାଗୁଆଳି ମାନଙ୍କୁ ନଦେଇ  ସମୟ ଗଡେଇ ଚାଲିଥିଲା। 

ଏହାରି ଭିତରେ ପାଟନରସିପ  କୁ ଅଣଦେଖା କରି ଅନ୍ୟ ଭାଗୁଆଳି ମାନଙ୍କ ଅଜାଣତରେ ଜାଲିଆତି କରି ନିରୀହ ଚାଷୀଙ୍କ ଠାରୁ  ସ୍ଵାକ୍ଷର ନେଇ ନିଜ ନାମରେ ପ୍ରାୟ ୧୯୦ ଏକର ଚାଷଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି ରମଯାନ  ଖାଁ । ଯାହା ଫଳରେ ଲିଜରେ ଜମି ଦେଇଥିବା ଚାଷୀ ତାଙ୍କ ପ୍ରାପ୍ତ ପାଇବାରରେ ବାଧା ଉପୁଜିଥିଲା । ଏହା ଜଣା ପଡିବା ପରେ ଅନ୍ୟ ଭାଗୁଆଳିମାନେ ପ୍ରଥମେ ସ୍ଥାନୀୟ ଗାଁ କମିଟି ପରେ ସ୍ଥାନୀୟ ପୋଲିସ ଓ ଖୋରଧା ବିଧାୟକଙ୍କ ଦ୍ଵାରସ୍ଥ ହୋଇଥିଲେ। 

ବିଧାୟକ ଏକ ବୈଠକ ମାଧ୍ୟମରେ ଉଭୟ ପକ୍ଷ ଙ୍କ ସହ ଆଲୋଚନା କରି ନିଜର ନିଷ୍ପତି ରଖିଥିଲେ। କିଂତୁ ରାମଜାନ ଖାନ ବିଧାୟକଙ୍କ ନିଷ୍ପତିକୁ ମାନି ନଥିଲେ ।  ପ୍ରକୃତ ଲିଜଧାରୀଙ୍କୁ ବିଭିନ୍ନ ସମୟରେ ସେମାନଙ୍କ ପୋଖରୀକୁ ଯିବାକୁ ବାରଣ କରିବା , ମାଛ ନ ମାରିବା ପାଇଁ ତାଗିତ କରିବା ପରି ଅନେକ ଅସୁବିଧା ବାରମ୍ବାର କରି ଆସୁଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାର ସତ୍ୟାସତ୍ୟ ଅନୁଧ୍ୟାନ କରି ଆମକୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି ଲିଜଧାରୀ ମାଛ ପୋଖରୀ ମାଲିକ।

Please Select Embedded Mode To Show The Comment System.*

Previous Post Next Post